Wednesday, September 16, 2020

ଫୁଲକୋବି ଚାଷ


ଆମ ରାଜ୍ୟରେ ଫୁଲକୋବିରୁ ବହୁତ
ଲାଭ ମିଳୁଥିବାରୁ ଆଜି କାଲି ଏହି ଫସଲର ଚାଷ ବ୍ୟାପକ ଭାବରେ କରାଯାଉଅଛି । ସେହିପରି ବନ୍ଧାକୋବି ଓ ଓଲକୋବିର ଚାଷ ମଧ୍ୟ କ୍ରମେ ବୃଦ୍ଧି ପାଉଅଛି । କୋବି ଜାତୀୟ ଫସଲ ସାଧାରଣତଃ ଶୀତଦିନେ କରାଯାଉଥିବାରୁ ବର୍ଷା ଦ୍ଵାରା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ହୁଏ । ଫୁଲକୋବି ଏକ ଶୀତଦିନିଆ ପରିବା । ସମତଳ ଅଞ୍ଚଳରେ ଏହା ଚାଷ କରାଯାଏ । କିନ୍ତୁ ଉଚ୍ଚ ପାହାଡିଆ ଅଞ୍ଚଳରେ ବର୍ଷସାରା ଫୁଲକୋବି ଚାଷ କରାଯାଇ ପାରିବ । ସାଧାରଣତଃ କୋବିଚାଷ ବର୍ଷସାରା ହୋଇପାରିବ । କିନ୍ତୁ ସଅଳ କିସମର କୋବି ଚାଷକରି ଚାଷୀଭାଇ ମାନେ ଅଧିକ ଉତ୍ପାଦନ କରିବା ସହ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟାଇ ପାରିବେ ।

ଫୁଲକୋବି

ଫୁଲକୋବି ପ୍ରଥମେ ୟୁରୋପ ମହାଦେଶର ଇଂଲଣ୍ଡ ଓ ଡେନ୍‌ମାର୍କ ପ୍ରଭୃତି ଅଞ୍ଚଳରେ ଚାଷ ହେଉଥିଲା ବୋଲି ବିଶ୍ଵାସ କରାଯାଏ । ସେଠାରୁ ଏହା ଆମ ଦେଶକୁ ଆସିଥିଲା ।

ଜଳବାୟୁ ଓ ମାଟି

ଶୀତଳ ଆର୍ଦ୍ର ଜଳବାୟୁରେ ଫୁଲକୋବି ଭଲ ହୁଏ । କିନ୍ତୁ ଏହା ଅତି କମ୍ ବା । ଅତି ଉଚ୍ଚ ଉତ୍ତାପ ସହ୍ୟ କରିପାରେ ନାହିଁ । ଗଛ ବଢୁଥିବା ସମୟରେ ଉଭାପ ବଢ଼ିଗଲେ ଫୁଲ ହୁଏନାହିଁ ।

ମାଟି

ଫୁଲକୋବି ପାଇଁ ଦୋରସା, ନିଗିଡ଼ା ମାଟି ଖୁବ୍ ଉପଯୁକ୍ତ । ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ପଦାର୍ଥ ରହିଲେ ଫସଲ ଭଲ ହୋଇଥାଏ । ଅମ୍ଳ ମାଟିରେ ଫୁଲକୋବି ଭଲ ହୁଏନାହିଁ।

କିସମ

ଆମ ରାଜ୍ୟରେ ଦୁଇ ପ୍ରକାର କିସମ ଚାଷ କରାଯାଏ । ଯଥା ସଅଳ କିସମ ଓ ବିଳମ୍ବ କିସମ । ସଅଳ କିସମର ଗଛ ଛୋଟ ଓ କଢ଼ ମଧ୍ୟ ଛୋଟ ହୋଇଥାଏ । ବିଳମ୍ବରେ ହେଉଥିବା କିସମର ପତ୍ର ଲମ୍ବା ଓ କଢ଼ ଗୁଡ଼ିକ ବଡ ହୁଏ । ସଅଳ କିସମ ରୂପେ ପୁଷା କଟକି, ୟାଇଁ କୁଆଁରୀ, ପୁଷା ୟାଇଁ ସିନ୍ଥେଟିକ୍, ପନ୍ଥ ଗୋବି-୩, ପୁଷା ଦିପାଳୀ, ପନ୍ଥଗୋବି-୨ ଚାଷ କରାଯାଇଥାଏ । ରୋଇବାର ପ୍ରାୟ ୨ ମାସ ପରେ କଢ଼ ବାହାରିଥାଏ । କଢ଼ିଟି ପ୍ରାୟ ୨୦ ରୁ ୨୫ ଦିନ ଭିତରେ ବଡ଼ ହୋଇ ଅମଳ ହେବାପାଇଁ ଉପଯୁକ୍ତ ହୋଇଥାଏ । ଏହି ଦୁଇ କିସମ ଜୁଲାଇ ଶେଷ ବା ଅଗଷ୍ଟ ମାସ ପ୍ରଥମ ସପ୍ତାହ ରେ ତଳି ପକାଇବା ଉଚିତ୍ ।

ପୁଷା ଦିପାଳୀ ମଧ୍ୟ ୯୦ ରୁ ୧୦୦ ଦିନ ଭିତରେ ଅମଳ ଯୋଗ୍ୟ ହୋଇଥାଏ । ଏହି କି ସମକୁ ଜୁଲାଇ ମାସ ଶେଷ ଭାଗରେ ତଳି ପକାଇ ଅଗଷ୍ଟ ମାସର ମଭାଗ ଆଡ଼କୁ ରୋଇବା ଦରକାର ।

ପୁଷା ସିନ୍ଥେଟିକ -୨, ସିନ୍ଥେଟିକ - ୩, ହିସାର ୧, ପୁଷା ଶୁଭ୍ରା, ପନ୍ଥ ଶୁଭ୍ରା, ପୁଷା ହିମଜ୍ୟୋତି (ପାହାଡ଼ିଆ ଅଞ୍ଚଳରେ ଏପ୍ରିଲରୁ ଜୁଲାଇ ମାସରେ ହୋଇପାରିବ) ପୁଷା ଶାରଦ, ପୁଷା ହାଇବ୍ରିଡ୍-୨, ପନ୍ଥଗୋବି-୪ ପ୍ରଭୃତି କିସମ ମଝାଳିଆ ଏବଂ ସ୍ନୋବଲ, ଡି-୯୬, ସ୍ନୋବଲ-୧୬, ପୁଷା ସ୍ନୋବଲ-୧, ପୁଷା ସ୍ନୋବଲ କେ-୧ କିସମ ଡେରିରେ ଅମଳ ପାଇଁ ଉପଯୁକ୍ତ । ଏହି ସବୁ କିସମ ଅମଳ ହେବା ପାଇଁ ପ୍ରାୟ ୧୧୦ ଦିନ ସମୟ ନେଇଥାଏ । ଏହି କିସମ ଗୁଡ଼ିକୁ ସେପ୍ଟେମ୍ବର ମାସରେ ତଳି ପକାଇ ଅକ୍ଟୋବର ମାସରେ ରୋଇବାକୁ ହେବ । ଏ ଗୁଡ଼ିକ ଡିସେମ୍ବର - ଜାନୁଆରୀ ମାସରେ ଅମଳ ହୋଇଥାଏ ।

ବିହନ ବିଶୋଧନ ଓ ଚାରା ପ୍ରସ୍ତୁତି

ସାଧାରଣତଃ ତଳିଘେରାର ଆକାର ୩-୫ ମିଟର ଲମ୍ବ, ୧ମିଟର ଓସାର ଏବଂ ୧୫-୨୦ ସେମି ଉଚ୍ଚ ରଖାଯାଏ । ଦୁଇଟି ତଳିଘେରା ମଧ୍ୟରେ ୩୦-୪୫ସେମି ବ୍ୟବଧାନ ରଖିବା ଦରକାର । ୧ଏକର ଜମିରେ ଫସଲ କରିବା ପାଇଁ ୪୦ବର୍ଗମିଟର ତଳିଘେରା ଆବଶ୍ୟକ । ମାଟିକୁ ଭଲଭାବରେ ଗୁଣ୍ଡକରି ୫୦ଗ୍ରାମ ୧୫:୧୫:୧୫ ସାର ଏବଂ ଉଚ୍ଚ ନହେବା ପାଇଁ ୫୦ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ବିହନ ବୁଣିବାର ୭ଦିନ ପୂର୍ବରୁ ମିଶାଇ ଦିଅନ୍ତୁ ଗୋଟିଏ ଏକର ଫୁଲକୋବି ଚାଷକରିବା ପାଇଁ ୨୦୦ଗ୍ରାମ ବିହନ ଆବଶ୍ୟକ । ତଳି ଉତାରିବା ପୂର୍ବରୁ ବିହନକୁ ବିଶୋଧନ କରାଯାଏ । ପ୍ରତି କେଜି ବିହନ ପ୍ରତି ୨ଗ୍ରାମ ଥିରାମ ବ୍ୟବହାର କରାଯାଏ । ଏହାଦ୍ୱାରା ତଳିଘେରାରେ ଫୁଲକୋବି ଚାରା ପଚେ ନାହିଁ । ଫୁଲକୋବି ତଳି ବର୍ଷସାରା ଆବଶ୍ୟକ ଅନୁସାରେ ଉତ୍ପାଦନ କରାଯାଇପାରିବ । ୧ମିଟର ଓସାର, ୩ମିଟର ଲମ୍ବ ଏବଂ ୬ଇଞ୍ଚ ଉଚ୍ଚ ତଳି ଘେରାରେ ବିହନ ବୁଣନ୍ତୁ । ବିହନଗୁଡିକୁ ୫ସେଣ୍ଟିମିଟର ଦୂରତାରେ ଧାଡିରେ ବୁଣାଯାଏ । ମଞ୍ଜି ବୁଣିବା ପରେ ପଲିଥିନ, ଚଦର କିମ୍ବା ନଡାରେ ଘୋଡାଇ ଦିଆଯାଏ ଏହାଦ୍ୱାରା ମଞ୍ଜି ଭଲ ଗଜାହୁଏ । ମଞ୍ଜି ଗଜା ହେବା ପରେ ଘୋଡା ଯାଇଥିବା ପଲିଥିନ ଚଦର କିମ୍ବା ନଡାକୁ ବାହାର କରିଦିଅନ୍ତୁ । ତଳିଗୁଡିକୁ ନୀରୋଗ ରଖିବା ପାଇଁ ଇଣ୍ଡୋଫିଲ ୩-୪୫ ପ୍ରତି ଲିଟର ପିଛା ୪ଗ୍ରାମ ମିଶାଇ ତଳିଘେରାରେ ପକାନ୍ତୁ ।

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଠିକ୍ ସମୟରେ ଚାରା ଉତ୍ପାଦନ ହୋଇପାରେ ନାହିଁ । ତେଣୁ ବନ୍ୟା ଅଞ୍ଚଳରେ ଭାଡିକରି ତଳିଘେରା ପ୍ରସ୍ତୁତ କରାଯାଇପାରେ । ସାଧାରଣତଃ ୩.୫ ମିଟର ଲମ୍ବ, ୧ମିଟର ଓସାର ଏବଂ ୧ମିଟର ଉଚ୍ଚତା ବିଶିଷ୍ଟ ବାଉଁଶ ଭାଡିକରି ବ୍ୟବହାର କରାଯାଇପାରିବ ଏବଂ ବର୍ଷାଦାଉରୁ ରକ୍ଷା କରାଯାଇପାରିବ ।

 

ସଅଳ କିସମ ପାଇଁ ଜୁଲାଇ ଅଗଷ୍ଟରୁ ଓ ବିଳମ୍ବ କିସମ ପାଇଁ ସେପ୍ଟେମ୍ବର ଠାରୁ ଅକ୍ଟୋବର ଭିତରେ ତଳି ପକାଇବା ଉଚିତ୍ । ତଳି ୨-୩ ପତ୍ରର ହୋଇଗଲା ପରେ ୧ ଲିଟର ପାଣିରେ ୧ ଗ୍ରାମ୍ ହିସାବରେ ୟୁରିଆ ମିଶାଇ ତଳି ଉପରେ ସ୍ପ୍ରେ କରନ୍ତୁ । ସେହି ପରି ତଳିରେ ରୋଗ ନହେବା ପାଇଁ ମଧ୍ୟ ବାଭିଷ୍ଟିନ୍ ସ୍ପ୍ରେ କରନ୍ତୁ ।

ରୋଇବା

ଫୁଲକୋବି ପାଇଁ ଭଲ ଚାଷ ଦରକାର । ଲୁହା ଲଙ୍ଗଲରେ ୨ ଥର ଚାଷକରି ମାଟି ଗୁଣ୍ଡ ହୋଇଯାଏ । ଶେଷଓଡ଼ ଚାଷ ବେଳେ ଏକର ପିଛା ୧୦-୧୨ ଗାଡ଼ି ଭଲ ଖତ ବିଲରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଅନେକ ଚାଷୀ ଖତକୁ ବିଲଯାକ ନ ବୁଣି ସିଆରରେ ଦେବାକୁ ପସନ୍ଦ କରିଥାନ୍ତି । ଚାଷପରେ ସିଆର କରି ତଳି ରୁଅନ୍ତୁ । ସଅଳ କିସମ ପାଇଁ ଦୁଇ ସିଆର ଭିତରେ ବ୍ୟବଧାନ ୧ ଫୁଟ ଓ ଗଛକୁ ଗଛ ବ୍ୟବଧାନ ୧ ଫୁଟ, ମଝାଳିଆ କିସମ ପାଇଁ ଗଛକୁ ଗଛ ଓ ଧାଡିକୁ ଧାଡ଼ି ୧ ଫୁଟ ଓ ବିଳମ୍ବ କିସମ ପାଇଁ ଧାଡ଼ିକୁ ଧାଡ଼ି ୨ ଫୁଟ ଓ ଗଛକୁ ଗଛ ୧ ଫୁଟ ରଖି ତଳି ରୁଅନ୍ତୁ।

ତଳି ରୋଇବା ପୂର୍ବରୁ ସିଆରରେ ଏକର ପିଛା ୨୦୦ କିଲୋ ସିଙ୍ଗଲ ସୁପର ଫଫେଟ୍ ଓ ୪୦ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଦେଇ ମାଟିରେ ମିଶାଇ ଦିଅନ୍ତୁ । ସିଆରରେ ତଳି ଲଗାଇବା ସ୍ଥାନରେ ସାର ଦେବା ଉଚିତ୍ ଏହାଦ୍ୱାରା ସାରର ସଦ୍‌ବ୍ୟବହାର ହୋଇଥାଏ । ସାଧାରଣତଃ ଉପର ବେଳା ତଳି ଉପାଡ଼ି ବିଲରେ ଲଗାନ୍ତୁ ଏବଂ ଲଗାଇ ସାରିବା ପରେ ପାଣି ଦିଅନ୍ତୁ । ଲଗାଇବାର ୧ ସପ୍ତାହ ପରେ ଏକର ପିଛା ୪୪ କିଲୋ ୟୁରିଆ ଗଛ ଚାରିପଟେ ଦେଇ ଦିଅନ୍ତୁ । ରୋଇବାର ୩୦ ଦିନ ପରେ ପୁନଶ୍ଚ ଏକର ପିଛା ୪୪ କିଲୋ ୟୁରିଆ ଦେଇ ହୁଡ଼ା ଟେକି ଦିଅନ୍ତୁ । ଶେଷଥର ଏକର ପିଛା ୪୪ କିଲୋ ୟୁରିଆ ସାର ଲଗାଇବାର ୪୫ ଦିନ ପରେ ପ୍ରୟୋଗ କରନ୍ତୁ । ଏହାଦ୍ଵାରା କଢ଼ ଶୀଘ୍ର ବାହାରିବ ଓ ଆକାରରେ ମଧ୍ୟ ବଡ଼ ହେବ।

ଜଳସେଚନ

ବର୍ଷାଦିନିଆ କୋବିରେ ପ୍ରାୟ ପାଣିଦେବା ଦରକାର ପଡ଼େ ନାହିଁ । କିନ୍ତୁ ମଝାଳିଆ ଓ ବିଳମ୍ବ କିସମର କୋବି ପାଇଁ ୭-୮ ଦିନରେ ଥରେ ଲେଖାଏଁ ପାଣି ମଡ଼ାଇବା ଉଚିତ୍ । କୋବି କିଆରୀକୁ ସବୁବେଳେ ପରିଷ୍କାର ରଖିବା ଉଚିତ୍ ।

ଅମଳ

ଏକ ଏକର ବିଲରୁ ପ୍ରାୟ ୧୫୦୦୦ ରୁ ୨୫୦୦୦ ପର୍ଯ୍ୟନ୍ତ କୋବି ଅମଳ ହେବ । ସାଧାରଣତଃ ସଅଳ ଅମଳ ହେଉଥିବା କୋବି ବେଶି ଦାମରେ ବିକ୍ରି ହୋଇଥାଏ । ତେବେ ଜଣେ ଜଣେ ଚାଷୀ କୋବି ଚାଷରୁ ଏକର ପିଛା ପ୍ରାୟ ୩୬ ହଜାର ଟଙ୍କା ପାଇଥାନ୍ତି । ଖର୍ଚ୍ଚ ୧୪,୦୦୦ ଟଙ୍କା ବାଦ ଦେଲେ ଲାଭ ପ୍ରାୟ ୨୨,୦୦୦ ଟଙ୍କା ମିଳିଥାଏ । ସଅଳ ଚାଷ କଲେ ଲାଭ ଅଧିକ ହୋଇଥାଏ । ତେଣୁ ଏଥିପ୍ରତି ଚାଷୀମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

ଅନେକ ସମୟରେ ଅତି ଖରାରେ ଫୁଲଗୁଡ଼ିକ ମାଟିଆ ପଡ଼ିଯିବାର ସମ୍ଭାବନା ଥାଏ । ତେଣୁ ତଳଆଡୁ ପତ୍ର ଗୁଡ଼ିକୁ ଆଣି ଫୁଲ ଉପରେ ବାନ୍ଧି ଦେଲେ ଖରାରୁ ରକ୍ଷା ମିଳେ ।

ଫୁଲ କୋବି ଫସଲରେ ଅନେକ ସମୟରେ କେତେ ଗୁଡ଼ିଏ ଅସ୍ଵାଭାବିକ ଅବସ୍ଥା ଦେଖାଯାଏ । ମାଟିରେ ବୋରନ୍ ଅଭାବ ହେଲେ କାଣ୍ଡ ଓ ଫୁଲ ମାଟିଆ ପଡ଼ିଯାଏ । ଏହି ଅସୁବିଧା ଦୂର କରିବା ପାଇଁ ଏକର ପିଛା ୫ ରୁ ୬ କେଜି ପର୍ଯ୍ୟନ୍ତ ସୋଡ଼ିଅମ ବୋରେଟ୍ ବା ବୋରାକ୍‌ସ ଦେବା ଉଚିତ୍ ।

ସେହିପରି ମଲିବଡେନମ୍ ଅଭାବରେ ଫୁଲ ବାହାରେ ନାହିଁ ବା ବାହାରିଲେ ଛାଟ ପରି ବାହାରେ । ସାଧାରଣତଃ ଅମ୍ଳ ମାଟିରେ ଏହି ଅସୁବିଧା ଦେଖାଯାଏ । ମାଟିରେ ଚୂନ ଦେବା ଦ୍ଵାରା ଏହି ଅସୁବିଧା ଦୂର ହୋଇଥାଏ । ଅନେକ ସମୟରେ ଏକର ପିଛା ୬୦୦ ଗ୍ରାମ୍ ସୋଡ଼ିଅମ୍ ମଲିଡେନମ୍ ଦେବା ଉଚିତ୍।

ଯବକ୍ଷାରଜାନ ଜାତୀୟ ସାର ଅଭାବରେ କୋବି କଢ଼ ବଡ଼େ ନାହିଁ । ତେଣୁ ଆବଶ୍ୟକ ପରିମାଣରେ ଓ ଠିକ୍ ସମୟରେ ଯବକ୍ଷାରଜାନ ଜାତୀୟ ସାର ଦେଲେ ଏହି ଅସୁବିଧା ଦୂର ହୁଏ । ସେହିପରି ଅନେକ ଗଛରେ ଆଦୌ କଢ଼ ହୁଏନାହିଁ । କୌଣସି କାରଣରୁ ଗଛର ଅଗଭାଗ ନଷ୍ଟ ହୋଇଯାଇଥିଲେ ଏହି ଅସୁବିଧା ହୁଏ ।

 

 

 

 

 

 

Tuesday, September 8, 2020

କୋଶଳା ଶାଗ ଚାଷ

 


କୋଶଳା
ଶାଗ

ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡ଼ା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ୍‌ ଥାଏ। ଯାହାକି ଦେହ ଭିତରେ ଭିଟାମିନ ଏ ରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ ଶାଗରେ ଭିଟାମିନ୍ ଏ, ବି, ସି, କେ, ଚୂନ, ଲୌହ, ପଟାସ, ଫସ୍‌ଫରସ୍ ପ୍ରଭୃତି ଧାତବ ଲବଣ ମଧ୍ୟ ରହି ଥାଏ ।

ଶାଗ ଫସଲକୁ ଅମଳ ପରେ ପରେ ଖାଦ୍ୟ ପାଇଁ ବ୍ୟବହାର କରିବା ଉଚିତ୍ । ଶାଗକୁ କାଟି ଅଧିକ ସମୟ ରଖିଲେ ହେଁ ରୁ ଭିଟାମିନ୍ ବି ନଷ୍ଟ ହୋଇଯାଏ । ଅଧିକ ଶିଝାଇ ଦେଲେ ଶାଗରୁ ଖାଦ୍ୟସାର ନଷ୍ଟ ହୋଇଯାଏ । ପ୍ରତ୍ୟେକ ଲୋକ ପ୍ରତିଦିନ କିଛି ନା କିଛି ଶାଗ ଖାଇବା ଉଚିତ୍ ।

ଆମ ରାଜ୍ୟରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ । ଖରାଦିନେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ । ସଜନା ଶାଗ ମଧ୍ୟ ଚାଷ କରାଗଲାଣି।

Kosala saga

spinachs are a delicious food.
spinach  contain a variety of metal salts, which are good for your health. Eating the right amount of spinach every day clears the stool. Many green vegetables contain carotene. Which converts to vitamin A in the body. According to scientists, spinach also contain minerals such as vitamins A, B, C, K, lime, iron, potash, and phosphorus.

saga should be used for food after harvest. Even if you cut the vegetables for a long time, the B vitamins are wasted. Excessive consumption destroys nutrients from saga. Everyone should eat some spinach every day.

In our state,
spinach such as khada, koshala, leutia, batua, poi, and fenugreek are grown. In the dry season, khada, leutia, poi, and in the winter, koshala, batua, and spinach are mainly cultivated. Sajna saga have also been cultivated.

ଚାଷ ପ୍ରଣାଳୀ

ଢିପ ଓ ନିଗିଡ଼ା ମାଟିରେ ଶାଗ ଭଲ ହୁଏ । ବିଲରେ ପାଣି ଜମି ରହିଲେ ଶାଗ ଫସଲ ଭଲ ହୁଏ ନାହିଁ । ଦୋରସା ମାଟି ଶାଗ ପାଇଁ ଖୁବ୍ ଉପଯୁକ୍ତ । ତେବେ ଶାଗ ଫସଲ ପ୍ରଚୁର ଖତ ଆବଶ୍ୟକ କରେ ।

ଶାଗ ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା ଉଚିତ୍ । ଏକ ବା ଦୁଇ ଓଡ଼ ଚାଷକରି ପରେ ଚକଲଙ୍ଗଳ ସାହାଯ୍ୟରେ ଚାଷ କଲେ ମାଟି ଗୁଣ୍ଡ ହୋଇଯାଏ । ଚାଷ ସମୟରେ ଜମିରେ ଖତ ଦେଲେ ତାହା ମାଟିରେ ଭଲ ଭାବରେ ମିଶିଯାଏ । ଶାଗ ବୁଣିବା ପୂର୍ବରୁ ବିଲରେ ମଇ ଦେଇ ମାଟିକୁ ସମତଳ କରିଦେବା ଉଚିତ୍ । ତାପରେ ସୁବିଧା ଦେଖୁ ପ୍ରତି ୧୦ ଫୁଟ ଚଉଡ଼ାରେ ବିଲ ରେ ସିଆର ଟାଣି ଦେବା ଆବଶ୍ୟକ । ପରେ ଏହି ସିଆର ଦେଇ ଶାଗ ଫସଲରେ ପାଣି ଦିଆଯାଇ ପାରିବ ।

ସାଧାରଣତଃ ଖଡ଼ା, କୋଶଳା, ଲେଉଟିଆ ପାଇଁ ଏକର ପ୍ରତି ୨ ରୁ ୩ କିଲୋଗ୍ରାମ୍ ପର୍ଯ୍ୟନ୍ତ ମଞ୍ଜି ଦରକାର ହୋଇଥାଏ । 

Farming methods

spinach are best grown in dense and well-drained soils. Vegetable crops do not improve if there is water in the beehive. Dorsa soil is very suitable for spinachs . spinach require a lot of manure.

For vegetables, the bill should be well cultivated and the soil composted. After cultivating one or two oats and then cultivating with the help of a wheel, the soil becomes crushed. Fertilizing the soil during cultivation mixes it well with the soil. Before sowing
spinach , the soil should be leveled with oil. Then, looking at the facility, you need to pull the CIR into the bill every 10 feet wide. Later, water can be fed to the spinach through this sieve.

Usually 2 to 3 kg of seeds are required per acre for khada, koshala, leutia.

ଶାଗ ବୁଣିବା ସମୟ

ଖଡ଼ା ଶାଗ ବର୍ଷର ବାରମାସ ଯାକ ଚାଷ କରାଯାଇପାରିବ । ଲେଉଟିଆ ଶାଗ ଖରାଦିନେ ଓ କୋଶଳା ଶାଗ ନଭେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇ ପାରିବ । ତେବେ ଖରାଦିନେ ବିଲରେ ଅଧ୍ବକ ପରିମାଣରେ ପୋଇ ଚାଷ କରାଯାଏ ଓ ଏଥିରୁ ଅଧିକ ଲାଭ ମିଳିଥାଏ ।

ମଞ୍ଜି ବୁଣି ସାରିବା ପରେ ମାଟିକୁ ମଇ ଦେଇ ତାହାକୁ ଘୋଡ଼େଇ ଦେବା ଦରକାର । ଗଛ ଉଠିବାର ସପ୍ତାହେ ପରେ ବିଲରୁ ଘାସ ବାଛି ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ୍ । ଶାଗ ଫସଲ ପାଇଁ ଶୀତ ଓ ଖରାଦିନେ ପ୍ରାୟ ପ୍ରତି ସପ୍ତାହରେ । ଥରେ ଲେଖାଏଁ ପାଣି ଦେବା ଦରକାର ହୋଇଥାଏ ।

Time to sow spinach

Harvest
spinach can be grown every year. Leutia can be grown on dry days and can be grown from November to March. However, in the dry season, large amounts of poi are cultivated in the beel and reap the benefits.

After sowing, the soil needs to be covered with soil. Weeds should be selected from the bees a week after planting and watered as needed.
spinachs are harvested almost every winter and winter. It is necessary to give water once in a while.

ଖତସାର ପ୍ରୟୋଗ

ଶାଗ ବୁଣିବା ପୂର୍ବରୁ ଏକର ପିଛା ୨୦ କିଲୋଗ୍ରାମ୍ ଯବକ୍ଷାର, ୧୬ କିଲୋଗ୍ରାମ୍ ଫସ୍‌ଫରସ୍ ଓ ୧୨ କିଲୋଗ୍ରାମ୍ ପଟାସ୍ ସାର ଦେଇ ବୁଣିବା ଉଚିତ୍ । ଏହି ସାର ପାଇବା ପାଇଁ ଏକର ପିଛା ୪୪ କିଲୋଗ୍ରାମ୍ ୟୁରିଆ, ୧୦୦ କିଲୋଗ୍ରାମ୍ ସିଙ୍ଗଲ୍ ସୁପର ଫସ୍‌ଫେଟ୍ ଓ ୨୦ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସାର ଆବଶ୍ୟକ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ପ୍ରୟୋଗ କରାଯାଇପାରେ । ସବୁ ଫସ୍‌ଫରସ୍, ଅଧା ଯବକ୍ଷାର ଓ ଅଧା ପଟାସକୁ ମୂଳସାର ହିସାବରେ ଦେବାକୁ ହେବ । ମାଟିରେ ପାଗ ଥାଇ ଶାଗ ମଞ୍ଜି ବୁଣିବା ଉଚିତ୍ । ତେଣୁ ପାଗ ନଥିଲେ ବୁଣିବା ପୂର୍ବରୁ ବିଲରେ ପାଣି ମଡ଼େଇ ପାଗ କରି ମଞ୍ଜି ବୁଣିବା ଉଚିତ୍ । ଶାଗ ମଞ୍ଜି ଛୋଟ ଛୋଟ ହୋଇଥିବା ହେତୁ ତାହାକୁ ବାଲି ସହିତ ମିଶାଇ କରି ବୁଣାଯାଇପାରେ । ବୁଣିବାର ୧୫ ଦିନ ପରେ ଅବଶିଷ୍ଟ ଯବକ୍ଷାର ଓ ପଟାସ ସାର ପ୍ରୟୋଗ କରିବା ଉଚିତ୍।

ପ୍ରାୟ ୨୫ ରୁ ୩୦ ଦିନ ଭିତରେ ଖଡ଼ା ଓ କୋଶଳା ଶାଗ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଲେଉଟିଆ ଶାଗ ୨୫ ରୁ ୩୦ ଦିନ ମଧ୍ୟରେ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ଏହା ପ୍ରତି ୧୦ ରୁ ୧୨ ଦିନରେ ଥରେ ଲେଖାଏଁ କଟାଯାଇପାରେ ।

୧- ନିଗିଡ଼ା ଦୋରସା ମାଟିରେ ଶାଗ ଚାଷ କରନ୍ତୁ ।

୨- ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ ।

୩- ବିଲରେ ପ୍ରଚୁର ପରିମାଣରେ ଖତ ଦିଅନ୍ତୁ ।

୪- ସବୁବେଳେ ମାଟିରେ ପାଗ ଥିଲାବେଳେ ମଞ୍ଜି ବୁଣି ମଇ ଦେଇଦିଅନ୍ତୁ ।

Fertilizer application

Before sowing, vegetables should be sown with 20 kg of manure per acre, 14 kg of phosphorus and 12 kg of potash. To obtain this fertilizer, 6 kg of urea, 100 kg of single super phosphate and 20 kg of murate of potash are required per acre. Instead, other fertilizers can be calculated and applied. All phosphorus, half jatropha and half potash have to be paid at the root. The soil should be sown with thai vegetables. Therefore, if there is no weather, the seeds should be sown with water before planting. Because the seeds are small, they can be sown by mixing them with sand. Fifteen days after sowing, the remaining fertilizer and potash fertilizers should be applied.

In about 25 to 30 days, chopped and chopped vegetables are suitable for harvesting. Leutia is suitable for cutting in 25 to 30 days. It can be cut off every 10 to 12 days.

1. Cultivate vegetables in Nigida Dorsa soil.

2. Peel a squash, grate it and squeeze the juice.

3. Put a lot of manure in the bill.

4. Whenever there is weather in the soil, sow the seeds and fertilize them. 

 

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...