Sunday, June 4, 2023

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ :
ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି
ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ।
ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟରେ
ଯୋଗକରି ଚାଲିଲେ । ୧୮୦୩ରେ ସେମାନେ ଓଡ଼ିଶା ଅଧିକାର
କଲେ । ଏହାର ପ୍ରତିବାଦ ହେଲା । ଖୋର୍ଦ୍ଧାରେ ୧୮୦୪ରେ
ବିଦ୍ରୋହ ହେଲା । ଏହି ବିଦ୍ରୋହର ନେତୃତ୍ବ ନେଇଥିଲେ ଜୟୀ
ରାଜଗୁରୁ ।
ବାଲ୍ୟାବସ୍ଥା :
ସହିଦ ଜୟୀ ରାଜଗୁରୁ ୧୭୩୯ ଅକ୍ଟୋବର ୨୯
ତାରିଖ ତଥା ପବିତ୍ର କାର୍ତ୍ତିକ
ମାସ ଶୁକ୍ଳ ନବମୀ ତିଥିରେ
ପୁରୀ ନିକଟସ୍ତ ବୀର
ହରେକୃ ଷ୍ଣ ପୁର ଗ୍ରାମରେ
ଜନ୍ମଗ୍ରହଣ କରିଥିଲେ ।
ତାଙ୍କର ପିତାଙ୍କ ନାମ ଚାନ୍ଦ
ରାଜଗୁରୁ ଓ ମାତାଙ୍କ ନାମ
ହାରାମଣି । ତାଙ୍କ ପୂର୍ବ
ପୁରୁଷମାନେ ଖୋର୍ଦ୍ଧା ରାଜାଙ୍କର ଉପଦେଷ୍ଟା ଓ ଆଧ୍ୟାତ୍ମିକ
ଗୁରୁଥିଲେ । ତେଣୁ ପାରମ୍ପରିକ ରୀତିରେ ସେମାନଙ୍କୁ
“ ରାଜଗୁରୁ” ବୋଲି କୁହାଯାଉଥିଲା ।
ବାଲ୍ୟକାଳରେ ଜୟୀ ରାଜଗୁରୁ ସଂସ୍କୃତରେ ଅଗାଧ
ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ବେଦ, ପୁରାଣ ଓ ଧର୍ମ
ଗ୍ରନ୍ଥ ଆଦି ଅଧ୍ୟୟନ କରି ହଜାର ହଜାର ଶ୍ଳୋକ ରଚନା
କରିଥିବାରୁ ପଣ୍ଡିତମାନଙ୍କ ମଧ୍ୟରେ ତାଙ୍କୁ ବିଦ୍ଵାନ ଅଖ୍ୟା 
ଦିଆଯାଇଥିଲା ।
ରାଜସଭାରେ ଆବିର୍ଭାବ :
ଜୟୀ ରାଜଗୁରୁ ରାଜା ଦିବ୍ୟସିଂହ ଦେବଙ୍କ
ରାଜସଭାରେ ପ୍ରଥମେ ଜଣେ ପଣ୍ଡିତ ଭାବେ ନିଯୁକ୍ତି
ପାଇଥିଲେ । ତାଙ୍କ ପିତା ଚାନ୍ଦ ରାଜଗୁରୁଙ୍କ ମୃତ୍ୟୁପରେ
ସେ ମନ୍ତ୍ରୀ ତଥା ରାଜଗୁରୁଭାବେ ଅଧିଷ୍ଠିତ ହେଲେ । ତାଙ୍କ
ଜ୍ଞାନ ଗାରିମାରେ ମୁଗ୍ଧହୋଇ ଆଠଗଡ ରାଜା ଧନଞ୍ଜୟ
ସେ ହରାଇଥିବା ୪ଟି ମରହଟ୍ଟା କବଳିତ ପ୍ରଗଣା ଯଥା
ରାହାଙ୍ଗ, ସରାଇ, ଚବିଶକୁଦ ଓ ଲେମ୍ବାଇ ଫେରି ପାଇବେ
ବୋଲି ତାଙ୍କୁ ପ୍ରଲୋଭନ ଦେଖାଗଲା । ରାଜା
ମୁକୁନ୍ଦଦେବଙ୍କର ଲୋଭ ହେଲା । ସେ ଇଂରେଜମାନଙ୍କୁ
ସାହାଯ୍ୟ କଲେ । ଜୟୀ ରାଜଗୁରୁ ଇଂରେଜମାନଙ୍କୁ ବିଶ୍ଵାସ
ନ କରିବାକୁ ପରାମର୍ଶ ଦେଲେ । ରାଜା ମାନିଲେ ନାହିଁ ।
ଇଂରେଜମାନେ ବିଶ୍ଵାସଘାତକତା କଲେ ।

ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ଜୟୀ
ରାଜଗୁରୁ ମୁକୁନ୍ଦଦେବଙ୍କୁ ପରାମର୍ଶ ଦେଲେ । ରାଜା
ମୁକୁନ୍ଦଦେବ ଇଂରେଜମାନଙ୍କର କୌଣସି ଆଦେଶ ମାନିଲେ
ନାହିଁ । ସେ ମରହଟ୍ଟାମାନଙ୍କ ସାହାଯ୍ୟନେଇ ଖୋର୍ଦ୍ଧାରୁ
ଇଂରେଜମାନଙ୍କୁ ତଡ଼ିବା ପାଇଁ ସ୍ଥିର କଲେ । ପାଇକସେନାଙ୍କ
ସାହାଯ୍ୟରେ ୧୮୦୪ ଅକ୍ଟୋବର ମାସରେ ପିପିଲିଠାରେ
ଇଂରେଜମାନଙ୍କୁ ଆକ୍ରମଣ କଲେ । କର୍ଣ୍ଣେଲ ହାରକୋର୍ଟ
ମେଜର ଫ୍ଲେଚରଙ୍କୁ ମାନ୍ଦ୍ରାଜରୁ ସୈନ୍ୟମାନଙ୍କର ନେତୃତ୍ୱନେଇ
ଆସିବାକୁ ନିର୍ଦ୍ଦେଶ ଦେଲେ । ମେଜର ଫ୍ଲେଚର ବହୁ ସୈନ୍ୟଧରି
ଆସି ପହଞ୍ଚିଲେ । ପ୍ରାୟ ୩ ସପ୍ତାହ ପ୍ରବଳ ଯୁଦ୍ଧ ଲାଗିଲା ।
ପାଇକମାନେ ବୀରତ୍ଵର ସହ ଲଢ଼ିଲେ । ଇଂରେଜମାନଙ୍କର
ଅତ୍ୟାଧୁନିକ ରଣକୌଶଳ ଓ ଅସ୍ତ୍ରଶସ୍ତ୍ର ନିକଟରେ ପାଇକସେନା
ହାରମାନିଲେ । ୧୮୦୪ ଡିସେମ୍ବର ୪ ତାରିଖ ଦିନ ଖୋର୍ଦ୍ଧା
ଇଂରେଜ ଅଧିକୃତ ହେଲା । ଇଂରେଜମାନେ ବରୁଣେଇ ଦୁର୍ଗ
ଅଧିକାର କଲେ । ରାଜା ଦ୍ଵିତୀୟ ମୁକୁନ୍ଦଦେବ ଓ ଜୟୀ ରାଜଗୁରୁ
ଦୁର୍ଗଛାଡି ପଳାୟନ କଲେ । ଡିସେମ୍ବର ୫ ତାରିଖଦିନ ରାଜାଙ୍କୁ
ତଡ଼ିଦିଆଗଲା ବୋଲି ଘୋଷଣା କରାଗଲା । ଜୟୀରାଜଗୁରୁଙ୍କୁ
ବହୁ ଚେଷ୍ଟାରେ ଧରାଗଲା । ମୁକୁନ୍ଦଦେବଙ୍କୁ ବାରବାଟୀ
ଦୁର୍ଗରେ ବନ୍ଦୀକରି ରଖାଗଲା । ତାପରେ ତାଙ୍କୁ ମୁକ୍ତ କରାଯାଇ
ଜଗନ୍ନାଥ ମନ୍ଦିର ଦାୟିତ୍ଵରେ ପୁରୀଠାରେ ରଖାଗଲା ।

ଜୟୀରାଜଗୁରୁ ଶହୀଦ ହେଲେ :
ଇଂରେଜମାନେ ବିଚାର କରି ଜୟୀ ରାଜଗୁରୁଙ୍କୁ ଦୋଷୀ
ସାବ୍ୟସ୍ତ କଲେ । ଦଣ୍ଡ ସ୍ଵରୂପ ମେଦିନୀପୁରଠାରେ ଏକ
ବରଗଛରେ ଦୁଇଡାଳକୁ ଏକାଠିକରି ସେଥିରେ ତାଙ୍କୁ ବାନ୍ଧି
ଅତି ନିଷ୍ଠୁରଭାବରେ ଫାଶୀ ଦିଆଗଲା । ଶହୀଦ ବିପ୍ଳବୀ ଜୟୀ
ରାଜଗୁରୁଙ୍କର ଦେଶପ୍ରେମ, ଦେଶଭକ୍ତି ଓ ତ୍ୟାଗର ପଟାନ୍ତର
ନାହିଁ ।

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...