Sunday, April 4, 2021

ଛେଳି କିପରି ପାଳନ କରିବା ?

ଛେଳି ସାଧାରଣତଃ ମାଂସ , ଦୁଧ ଓ ଚମଡ଼ା ପାଇଁ ପାଳନ କରାଯାଏ l ଗ୍ରାମାଞ୍ଚଳରେ ଯେଉଁ ଭାଈ ଓ ଭଉଣୀ ମାନେ ଛେଳି ପାଳନ କରିବା ପାଇଁ ଇଛୁକ ସେମାନେ ପ୍ରଥମେ ଜାଣିବା ଦରକାର , ସେମାନେ କେଉଁ ପ୍ରଜାତିର ?
ଛେଳି ପ୍ରଥମେ ସେମାନଙ୍କର ଜଳବାୟୁ ଅନୁସାରେ ପାଳନ କରିବେ । ଆମ ଜଳବାୟରେ ଦୁଇ ପ୍ରଜାତିର ଛେଳି ପାଳନ କରି ପାରିବା ।
ବ୍ଲାକ ବେଙ୍ଗଲ
ଗଞ୍ଜାମ ପ୍ରଜାତିର ଛେଳି
ବ୍ଲାକ ବେଙ୍ଗଲ ଛେଳି ମୁଖ୍ୟତଃ ମୟୁରଭଞ୍ଜ, ବାଲେଶ୍ୱର, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ମିଳେ । ଏହି ପ୍ରଜାତିର ଛେଳି ମୁଖ୍ୟତଃ ଦେଖିବାକୁ କଳା , ଧଳା ଏବଂ ଧୂଷର ରଙ୍ଗର ହୋଇଥାନ୍ତି । ଏହି ଛେଳି ଦେଖିବାକୁ ଛୋଟ , ଏମାନଙ୍କର ଶିଙ୍ଗ ମଧ୍ୟ ଛୋଟ ଛୋଟ ହୋଇଥାଏ । ମାଇ ଓ ଅଣ୍ଡିରା ଛେଳି ମାନଙ୍କର ମୁଖ୍ୟତଃ ଦାଢ଼ି ଦେଖିବାକୁ ମିଳିଥାଏ । ଏହି ଛେଳି ମାନଙ୍କର ମାଂସ ବହୁତ ସୁସ୍ୱାଦୁ ଅଟେ । ଏମାନେ ଦୁଇବର୍ଷରେ ହାରାହାରି ତିନିଥର ଛୁଆ ଦେଇଥାନ୍ତି । ଗୋଟିଏ ଥରରେ ଏମାନେ ଦୁଇରୁ ତିନୋଟି ଛୁଆ ଦେଇଥାନ୍ତି । ଅନ୍ୟ ପଶୁ ତୁଳନାରେ କମ୍ ରୋଗ ହୋଇଥାଏ । ବ୍ଲାକ ବେଙ୍ଗଲ ଛେଳିର ଓଜନ ୧୫ ରୁ ୨୦ କିଗ୍ରା ମଧ୍ୟରେ ହୋଇଥାଏ । 

ଗଞ୍ଜାମ ଛେଳି ସାଧାରଣଃ ଦକ୍ଷିଣ ଓଡ଼ିଶା ରେ ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର ଛେଳି ଗଞ୍ଜାମ, ଗଜପତି, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଥାଏ । ଗଞ୍ଜାମ ଛେଳି ଦେଖିବାକୁ ସାଧାରଣଃ ଲମ୍ବା ଏବଂ ଶିଙ୍ଗ ଲମ୍ବା ହୋଇଥାଏ। ଏହି ପ୍ରଜାତିର ଛେଳି ଥରକୁ ଗୋଟିଏ ଛୁଆ ଜନ୍ମ ଦେଇଥାନ୍ତି । ଗଞ୍ଜାମ ଛେଳିର ଓଜନ ୧୮ ରୁ ୨୨ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ । ଛେଳି ମାନଙ୍କୁ ବର୍ଷା, ସୂର୍ଯ୍ୟାଲୋକ ଏବଂ ଅଧିକ ଥଣ୍ଡାରୁ ରକ୍ଷା କରିବା ପାଇଁ ବିଶେଷ ଯତ୍ନ ନେବା ଦରକାର।

ଛେଳି ମାନଙ୍କର ବାସଗୃହ ନିର୍ମାଣ


ଉଚ୍ଚା ଜାଗାରେ ଛେଳି ମାନଙ୍କର ବାସଗୃହ ନିର୍ମାଣ କରିବା ଉଚିତ । ଯାହା ଫଳରେ ବେସି ପାଣି ଜମିରହିବ ନାହିଁ। ନିଜସ୍ଵ ସମ୍ବଳ ଅନୁସାରେ ଛେଳି ମାନଙ୍କ ପାଇଁ ବାସଗୃହ ନିର୍ମାଣ କରିପାରିବ । କମ ଖର୍ଚ୍ଚ ପାଇଁ ବାଉଁଶ କିମ୍ବା କାଠରେ ଘର ନିର୍ମାଣ କରିପାରିବ । ୧୦ଟି ମାଈ ଛେଳିର ଗୋଟିଏ ଅଣ୍ଡିରା ଛେଳି ରଖିପାରିବେ । ମାଟିରୁ ୧.୫ ଫୁଟ୍ ଉଚ୍ଚତାରେ ବାସଗୃହ ନିର୍ମାଣ କରନ୍ତୁ। ଯାହା ଫଳରେ ଛେଳିର ମଳ ମୂତ୍ର ଇତ୍ୟାଦି ପରିସ୍କାର କରିପାରିବ।ଛେଳି ଗୃହଟ ପୂର୍ବ ପଶ୍ଚିମ ହେବ ଦରକାର ।ଯାହା ଫଳରେ ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟ କିରଣ ମିଳିପାରିବ ଓ ପବନ ଚଳା ଚଳ ଭଲଭାବରେ ହୋଇ ପାରିବ। ଜଙ୍ଗଲର ପାଖ ଅଞ୍ଚଳରେ ରହୁଥିବା ଲୋକମାନେ କମ୍ ଖର୍ଚ୍ଚରେ ଛେଳି ପାଳନ କରିପାରିବେ । ଜଙ୍ଗଲରୁ ମିଳିଥିବା ବିଭିନ୍ନ ପ୍ରକାର ଡାଳ ଓ ଗଛର ପତ୍ର କୁ ଛେଳି ମାନଙ୍କୁ ଖାଦ୍ୟ ଭାବରେ ଦେଇ ପାରିବେ । ଛେଳି ମାନେ ସର୍ବଦା ବାହାରେ ବୁଲି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଚରା ବୁଲା ପରେ ଛେଳିକୁ କିଛି ସୁଷମ ଖାଦ୍ୟ ଦେବା ତାହେଲେ ସେମାନେ ଭଲଭାବରେ ବଢ଼ିଥାନ୍ତି । ସୁଷମ ଖାଦ୍ୟ ଭାବରେ ମକା,ଚିନାବାଦାମ ପିଡ଼ିଆ, ଶସ୍ୟ ଜାତିୟ ଖାଦ୍ୟ, ଖଣିଜ ଲବଣ ଓ ଲୁଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇବାକୁ ଦେବା। ମାଇ ଛେଳି ତିନିବର୍ଷ ପର୍ଯ୍ୟନ୍ତ ଛୁଆ ଦେଇଥାନ୍ତି। ତାପରେ ସେମାନଙ୍କୁ ବିକ୍ରି କରିଦେବା ଉଚିତ୍ । 

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...