Tuesday, April 20, 2021

Aswagandhaa ଅଶ୍ଵଗନ୍ଧା

ଅଶ୍ଵଗନ୍ଧା
Ashwagandha, Withania somnifera Dunal (Solanaceae)
ଅଶ୍ଵଗନ୍ଧାର ଗୁଣ ଗାରି ମା କହିବା ବାହୁଲ୍ୟ ମାତ୍ର । ଏହାର ସେବନ ଦ୍ଵାରା
ଯଯାତିଙ୍କର ନୂତନ ଜୀବନଲାଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି ।
ଏହାର ସେବନ ଦ୍ଵାରା କାଶ, ଶ୍ଵାସ, ବାତ, କଫ, ବ୍ରଣ, ଶୋଥ, ଶ୍ଵତକୁ, କୁଷ୍ଠ,
ସୂତିକା ରୋଗ, ମୂତ୍ରାଘାତ ତଥା ପୂରାତନ ଜ୍ଵର ନିବାରିତ ହୋଇଥାଏ । ଏହା ମଧ୍ୟ ରକ୍ତ ଶୋଧକ, ରକ୍ତ ଭାରସାମ୍ୟ ରକ୍ଷକ ତଥା ନପୁଂସକତା ନାଶକ ଅଟେ । କନ୍ଦମୂଳ ପ୍ରାୟ ଏହାର ଚେରରେ ଉଇଥାଫେରିନ୍ ନାମକ କ୍ଷାରଦ ରହିଛି ଯାହାକି ଅର୍ବୁଦ ନାଶକ ଏବଂ ଶାରୀରିକ ଦୁର୍ବଳତା ଏବଂ ଲିଙ୍ଗର ଶିଥୁଳତାକୁ ଦୂର କରିଥାଏ । ଚେର ଏହାର ଅର୍ଥନୈତିକ ଅଂଶ ଏବଂଏହାର ଚାହିଦା ସାରା ପୃଥିବୀରେ ରହିଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏହାର ଚାଷ ବ୍ୟବସାୟିକ ଭିରିରେ କରାଯାଉଅଛି ।

ଉଭିଦ ପରିଚୟ :
ଏହି ଉଭିଦ ବିଶେଷତଃ ପାହାଡ଼ିଆ ଅଞ୍ଚଳରେ ବିସ୍ତୃତି ଲାଭ
କରିଥାଏ । ଏହା ଅତି ଛୋଟ ଛୋଟ ହୋଇ ଭୂମି ଉପରେ ଦେଖାଯାଏ । ଏହା ଏକ ଉଦ୍ଧଗାମୀ ଗୁଳ୍ମ । ଉଚ୍ଚତା ପ୍ରାୟ ୧.୫ ମିଟର ପର୍ଯ୍ୟନ୍ତ ହୋଇଥାଏ । ଗଛର ଡାଳଗୁଡ଼ିକ ତାରାକୃତ ଲୋମଦ୍ଵାରା ଆବୃତ । ପତ୍ର ୧୦ସେଣ୍ଟିମିଟର ଲମ୍ବ, ଅଣ୍ଡାକୃତି । ପତ୍ରଗୁଡ଼ିକପିତା । ପତ୍ରର ନିମ୍ନଭାଗ ଲୋମଶ । ପୁଷ ସବୁଜ ପୀତ । ଫଳ ଗୋଲାକାର, ପାଚିଗଲେ କମଳା ରଙ୍ଗ ହୋଇଯାଏ । ମୂଳ ଶୁଖୁଗଲାପରେ ଧୂସରିଆ ରଙ୍ଗ ଧରେ । ଶୁଖୁଲା ମୂଳକୁ ଭାଙ୍ଗିଦେଲେ ଭିତର ଅଂଶ ଧଳା ଦେଖାଯାଏ । ଶୁଖୁଲା ମୂଳକୁ କୁଟିଲେ ଠିକ୍ ଅରୁଆ
ଚାଉଳ ଗୁଣ୍ଡପରି ଦେଖାଯାଏ ।

ଜଳବାୟୁ :
ଉପକାନ୍ତ ମଣ୍ଡଳୀୟ ଶୁପ୍ତ ଓ ଆଦ୍ର ଜଳବାୟୁରେ ଏହା ଭଲ ବଢ଼ିଥାଏ ।
ବାର୍ଷିକ ୬୫୦ -୭୦୦ ମି.ମି. ବୃଷ୍ଟିପାତ ଅଞ୍ଚଳରେ ମଧ୍ୟ ଏହି ଚାଷ କରାଯାଇ ପାରେ | ଆମ ରାଜ୍ୟର ଅଧିକାଂଶ ଅଞ୍ଚଳ ଏହି ଚାଷ ପାଇଁ ବେଶ ଉପଯୋଗୀ । ଶୀତଋତୁର ଶେଷ ଆଡ଼କୁ ବୃଷ୍ଟିପାତ ହେଉଥିଲେ ଅମଳ ବଢ଼ିଯାଏ । ସମୁଦ୍ର ପତନ ଠାରୁ ୬୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଏହି ଚାଷ କରାଯାଇପାରେ ।

ମୃତ୍ତିକା :
ଅନେକ ପ୍ରକାର ମାଟିରେ ଅଶ୍ଵଗନ୍ଧା ଚାଷ କରାଯାଉଥିଲେ ମଧ୍ୟ
। ମଧ୍ୟମ ଉର୍ବର, ବାଲିଦୋରସା ମାଟିରେ ଅଧିକ ଉତ୍ପାଦନ ମିଳିଥାଏ । ମାଟିର ପି.ଏଚ.୬ ରୁ ୮ ଥିବା ଆବଶ୍ୟକ । କିଆରୀରେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଉଚିତ ।

ଉନ୍ନତ କିସମ:
ଜବାହାର ଅଶ୍ଵଗନ୍ଧ ୨୦ 

ବିହନ:
ଏକର ପ୍ରତି ୨-୫ କି.ଗ୍ରା. ମଞ୍ଜି ଆବଶ୍ୟକ । ବୁଣିବା ପୂର୍ବରୁ ପ୍ରତି
। କି.ଗ୍ରା. ମଞ୍ଜି ସହିତ ୩ ଗ୍ରାମ୍ କାପଟାନ୍ କିମ୍ବା ୧ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ ।କଲେ ମଞ୍ଜି ସଢ଼ାରୋଗ ହୋଇନଥାଏ ।

ବୁଣିବା ପ୍ରଣାଳୀ : 
ଅଣଜଳସେଚିତ ଅଞ୍ଚଳରେ ଜୁଲାଇ ମାସର ଦ୍ବିତୀୟ ସପ୍ତାହରେ
ଏବଂ ଜଳସେଚିତ ଅଞ୍ଚଳରେ ଅଗଷ୍ଟ ମାସ ଶେଷରେ ମଞ୍ଜି ବୁଣାଯାଏ । ଏଥିପାଇଁ ମାଟିକୁ ୩-୪ ଓଡ଼ ଗୁଣ୍ଡ ଚାଷ କରି ଶେଷ ଓଡ ଚାଷ ସମୟରେ ଏକର ପ୍ରତି ୨ ଟନ୍ ସଢ଼ାକମ୍ପୋଷ୍ଟ ପ୍ରୟୋଗ କରାଯାଏ । ଲଙ୍ଗଳ ପଛରେ ସିଆରରେ ୨୫ ସେ.ମି. ବ୍ୟବଧାନରେ ମଞ୍ଜି ପକାଇଲେ କୋଡା ଖୋସା ସୁବିଧାରେ ହୋଇଥାଏ । ୨୦ -୨୫ ଦିନପରେ ଅଧିକଗଛ ଉପାଡ଼ି ୭.୫ ସେ.ମି. ଦୂରତାରେ ଗଛ ରଖାଯାଏ ।

ରୋପଣ ପ୍ରଣାଳୀ :
 ବର୍ଷାରତୁ ଆରମ୍ଭରେ ତଳିଘାରୀ ପ୍ରସ୍ତୁତ କରି ୫-୭ ସେ.ମି.
ବ୍ୟବଧାନରେ ଗାର ଟାଣି ୧-୨ ସେ.ମି. ଗଭୀରରେ ପୋତି ମାଟି ଘୋଡ଼ାଇ ହାଲୁକା ଜଳସେଚନ କରାଯାଏ । ୬-୭ ଦିନ ପରେ ମଞ୍ଜିରୁ ଗଜା ବାହାରିଥାଏ । ଚାରାଗୁଡ଼ିକ ୬ ସପ୍ତାହର ହୋଇଥିବା ସମୟରେ ପୂର୍ବ ପ୍ରସ୍ତୁତ ଜମିରେ ୨୫ ସେ.ମି. ବ୍ୟବଧାନରେ ଗଛକୁ ଗଛ ୭.୫ ସେ.ମି. ଦୂରତାରେ (ଏକର ପ୍ରତି ୨,୪୦,୦୦୦ ଗଛ ) ଲଗାଇ ଜଳସେଚନ କରାଯାଏ ।

ସାର ପ୍ରୟୋଗ :
 ଅଶ୍ଵଗନ୍ଧାରେ ସାର ପ୍ରାୟତଃ ପ୍ରୟୋଗ କରାଯାଇ ନଥାଏ ।
ମାତ୍ର ରୋପଣ ସମୟରେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାରଜାନ ଏବଂ ୧୬ କି.ଗ୍ରା ଫରସ୍ ପ୍ରୟୋଗ କଲେ ଅମଳ ବଢ଼ିଥାଏ ।

Sunday, April 4, 2021

ଛେଳି କିପରି ପାଳନ କରିବା ?

ଛେଳି ସାଧାରଣତଃ ମାଂସ , ଦୁଧ ଓ ଚମଡ଼ା ପାଇଁ ପାଳନ କରାଯାଏ l ଗ୍ରାମାଞ୍ଚଳରେ ଯେଉଁ ଭାଈ ଓ ଭଉଣୀ ମାନେ ଛେଳି ପାଳନ କରିବା ପାଇଁ ଇଛୁକ ସେମାନେ ପ୍ରଥମେ ଜାଣିବା ଦରକାର , ସେମାନେ କେଉଁ ପ୍ରଜାତିର ?
ଛେଳି ପ୍ରଥମେ ସେମାନଙ୍କର ଜଳବାୟୁ ଅନୁସାରେ ପାଳନ କରିବେ । ଆମ ଜଳବାୟରେ ଦୁଇ ପ୍ରଜାତିର ଛେଳି ପାଳନ କରି ପାରିବା ।
ବ୍ଲାକ ବେଙ୍ଗଲ
ଗଞ୍ଜାମ ପ୍ରଜାତିର ଛେଳି
ବ୍ଲାକ ବେଙ୍ଗଲ ଛେଳି ମୁଖ୍ୟତଃ ମୟୁରଭଞ୍ଜ, ବାଲେଶ୍ୱର, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ମିଳେ । ଏହି ପ୍ରଜାତିର ଛେଳି ମୁଖ୍ୟତଃ ଦେଖିବାକୁ କଳା , ଧଳା ଏବଂ ଧୂଷର ରଙ୍ଗର ହୋଇଥାନ୍ତି । ଏହି ଛେଳି ଦେଖିବାକୁ ଛୋଟ , ଏମାନଙ୍କର ଶିଙ୍ଗ ମଧ୍ୟ ଛୋଟ ଛୋଟ ହୋଇଥାଏ । ମାଇ ଓ ଅଣ୍ଡିରା ଛେଳି ମାନଙ୍କର ମୁଖ୍ୟତଃ ଦାଢ଼ି ଦେଖିବାକୁ ମିଳିଥାଏ । ଏହି ଛେଳି ମାନଙ୍କର ମାଂସ ବହୁତ ସୁସ୍ୱାଦୁ ଅଟେ । ଏମାନେ ଦୁଇବର୍ଷରେ ହାରାହାରି ତିନିଥର ଛୁଆ ଦେଇଥାନ୍ତି । ଗୋଟିଏ ଥରରେ ଏମାନେ ଦୁଇରୁ ତିନୋଟି ଛୁଆ ଦେଇଥାନ୍ତି । ଅନ୍ୟ ପଶୁ ତୁଳନାରେ କମ୍ ରୋଗ ହୋଇଥାଏ । ବ୍ଲାକ ବେଙ୍ଗଲ ଛେଳିର ଓଜନ ୧୫ ରୁ ୨୦ କିଗ୍ରା ମଧ୍ୟରେ ହୋଇଥାଏ । 

ଗଞ୍ଜାମ ଛେଳି ସାଧାରଣଃ ଦକ୍ଷିଣ ଓଡ଼ିଶା ରେ ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର ଛେଳି ଗଞ୍ଜାମ, ଗଜପତି, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଥାଏ । ଗଞ୍ଜାମ ଛେଳି ଦେଖିବାକୁ ସାଧାରଣଃ ଲମ୍ବା ଏବଂ ଶିଙ୍ଗ ଲମ୍ବା ହୋଇଥାଏ। ଏହି ପ୍ରଜାତିର ଛେଳି ଥରକୁ ଗୋଟିଏ ଛୁଆ ଜନ୍ମ ଦେଇଥାନ୍ତି । ଗଞ୍ଜାମ ଛେଳିର ଓଜନ ୧୮ ରୁ ୨୨ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ । ଛେଳି ମାନଙ୍କୁ ବର୍ଷା, ସୂର୍ଯ୍ୟାଲୋକ ଏବଂ ଅଧିକ ଥଣ୍ଡାରୁ ରକ୍ଷା କରିବା ପାଇଁ ବିଶେଷ ଯତ୍ନ ନେବା ଦରକାର।

ଛେଳି ମାନଙ୍କର ବାସଗୃହ ନିର୍ମାଣ


ଉଚ୍ଚା ଜାଗାରେ ଛେଳି ମାନଙ୍କର ବାସଗୃହ ନିର୍ମାଣ କରିବା ଉଚିତ । ଯାହା ଫଳରେ ବେସି ପାଣି ଜମିରହିବ ନାହିଁ। ନିଜସ୍ଵ ସମ୍ବଳ ଅନୁସାରେ ଛେଳି ମାନଙ୍କ ପାଇଁ ବାସଗୃହ ନିର୍ମାଣ କରିପାରିବ । କମ ଖର୍ଚ୍ଚ ପାଇଁ ବାଉଁଶ କିମ୍ବା କାଠରେ ଘର ନିର୍ମାଣ କରିପାରିବ । ୧୦ଟି ମାଈ ଛେଳିର ଗୋଟିଏ ଅଣ୍ଡିରା ଛେଳି ରଖିପାରିବେ । ମାଟିରୁ ୧.୫ ଫୁଟ୍ ଉଚ୍ଚତାରେ ବାସଗୃହ ନିର୍ମାଣ କରନ୍ତୁ। ଯାହା ଫଳରେ ଛେଳିର ମଳ ମୂତ୍ର ଇତ୍ୟାଦି ପରିସ୍କାର କରିପାରିବ।ଛେଳି ଗୃହଟ ପୂର୍ବ ପଶ୍ଚିମ ହେବ ଦରକାର ।ଯାହା ଫଳରେ ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟ କିରଣ ମିଳିପାରିବ ଓ ପବନ ଚଳା ଚଳ ଭଲଭାବରେ ହୋଇ ପାରିବ। ଜଙ୍ଗଲର ପାଖ ଅଞ୍ଚଳରେ ରହୁଥିବା ଲୋକମାନେ କମ୍ ଖର୍ଚ୍ଚରେ ଛେଳି ପାଳନ କରିପାରିବେ । ଜଙ୍ଗଲରୁ ମିଳିଥିବା ବିଭିନ୍ନ ପ୍ରକାର ଡାଳ ଓ ଗଛର ପତ୍ର କୁ ଛେଳି ମାନଙ୍କୁ ଖାଦ୍ୟ ଭାବରେ ଦେଇ ପାରିବେ । ଛେଳି ମାନେ ସର୍ବଦା ବାହାରେ ବୁଲି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଚରା ବୁଲା ପରେ ଛେଳିକୁ କିଛି ସୁଷମ ଖାଦ୍ୟ ଦେବା ତାହେଲେ ସେମାନେ ଭଲଭାବରେ ବଢ଼ିଥାନ୍ତି । ସୁଷମ ଖାଦ୍ୟ ଭାବରେ ମକା,ଚିନାବାଦାମ ପିଡ଼ିଆ, ଶସ୍ୟ ଜାତିୟ ଖାଦ୍ୟ, ଖଣିଜ ଲବଣ ଓ ଲୁଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇବାକୁ ଦେବା। ମାଇ ଛେଳି ତିନିବର୍ଷ ପର୍ଯ୍ୟନ୍ତ ଛୁଆ ଦେଇଥାନ୍ତି। ତାପରେ ସେମାନଙ୍କୁ ବିକ୍ରି କରିଦେବା ଉଚିତ୍ । 

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...