Tuesday, August 4, 2020

କାଜୁ ଚାଷ (Cashew Nut Farming

କାଜୁକୁ ଲଙ୍କା ଆମ୍ବ ମଧ୍ୟ କୁହାଯାଏ | ଏହା ଆନାକାର୍ଡିଆସିଏ (Anacardiaceae) ପରିବାରର ଅର୍ନ୍ତଭୁକ୍ତ | ଏହାର ବୈଜ୍ଞ|ନିକନାମ ହେଉଛି Anacardiun Occidentale.  ଏହା ଦକ୍ଷିଣ ଆମେରିକାର ଫଳ  | ମୃତ୍ତିକା ସଂରକ୍ଷଣ ଉଦେଶ୍ୟରେ ଏହି ଗଛକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାରତକୁ ଅଣାଯାଇଥିଲା | କିନ୍ତୁ ଏହା କାଳକ୍ରମେ ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥକାରୀ ଫସଲରୂପେ ପ୍ରତିଷ୍ଠାଲାଭ କରିପାରିଛି |

କାଜୁର ବ୍ୟବହାର >

କାଜୁବାଦାମ ଗଛର ପ୍ରାୟ ସବୁଅଂଶ ଦରକାରି ଅଟେ |  କିନ୍ତୁ ମଞ୍ଜି ଅଧିକ ମୂଲ୍ୟବାନ କାରଣ ସୁସ୍ୱାଦୁ ଓ ପୃଷ୍ଟିକର | ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟପଦାର୍ଥରେ କାଜୁମଞ୍ଜି ବ୍ୟବହୃତ ହୁଏ | ଏଥିରେ 21% ଭାଗ ପୃଷ୍ଟିସାର ଓ 47% ସ୍ନେହସାର ଅଛି | ତାହା ସହିତ ଯଥେଷ୍ଟ ପରିମାଣରେ ଲୌହ ଧାତବଲବଣ ରହିଛି |    କାଜୁବାଦାମ ଖୋଳପାରୁ ତେଲ ବାହାର କରାଯାଇ ବିଭିନ୍ନପ୍ରକାର ରଙ୍ଗ, ବlଣ୍ଣିସ ଆଦି ପଦାର୍ଥ ତିଆରି କରାଯାଏ | 

ଏହାର ରସରୁ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଇ ପାରୁଛି | କାଜୁଗଛର କାଠକୁ ଜାଳେଣୀ ରୂପେ ବ୍ୟବହୃତ ହେଉଛି |

ଜଳବାୟୁ >

ସମୁଦ୍ରକୂଳିଆ ସ୍ଥାନମାନଙ୍କରେ କାଜୁବାଦାମ ଚାଷ ବିଶେଷ ଭାବରେ ଦେଖାଯାଏ | ଦୈନିକ ନ୍ୟୁନତମ ତାପମାତ୍ରା 15° ରୁ 25° ମଧ୍ୟରେ ଓ ଅଧିକତମ ତାପମାତ୍ରା 25° ରୁ 35° ମଧ୍ୟରେ ଥିଲେ କାଜୁବାଦାମ ଚାଷ ଭଲ ହୋଇଥାଏ | ହାରାହାରି  ବାର୍ଷିକ ବୃଷ୍ଟିପାତ 1000 ରୁ 2000 ମିଲିମିଟର କାଜୁଚାଷ ପାଇଁ ଭଲ କିନ୍ତୁ ଫୁଲ ଫୁଟିବା ସମୟଠାରୁ ମଞ୍ଜି ଅମଳ ପର୍ଯ୍ୟନ୍ତ ପ୍ରାୟ 4/5 ମାସ ବର୍ଷା ନ ହୋଇ ଶୁଖିଲାପାଗ ଅଧିକ ଅମଳପାଇଁ ନିତ୍ୟାନ୍ତ ଆବଶ୍ୟକ |

ମୃତ୍ତିକା >

ବାଲିଆ ଦୋରସା ନିଗିଡାମାଟି କାଜୁବାଦାମ ଚାଷପାଇଁ ଭଲ | ଯେକୌଣସି ନିଗିଡ଼ା ମାଟିରେ ଏହି ଗଛ ଭଲ ବଢିପାରେ | ଏପରିକି ଯେଉଁ ଅଗଭୀର ଅନୁର୍ବର ମାଟି
ଅନ୍ୟଫସଲ ପାଇଁ ଅନୁପଯୁକ୍ତ ସେଥିରେ ମଧ୍ୟ କାଜୁଗଛ ଲଗାଯାଇପାରେ | ସରକାରଙ୍କ ବନବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପତିତ ଅନୁର୍ଵର ଟାଙ୍ଗରା ଜାଗା ଓ ପାହାଡ଼ି ଅଞ୍ଚଳ ମାନଙ୍କରେ  କାଜୁ ଲଗାଯାଇ ପାରୁଛି | କିନ୍ତୁ ଲୁଣି ,  କ୍ଷାରୀୟ ବା ଅଧିକ ଅମ୍ଳଯୁକ୍ତ ମାଟି ଓ ପାଣି ଜମିରହୁଥିବା ସ୍ଥାନରେ କାଜୁବାଦାମ ଚାଷ ଭଲ ହୁଏ ନାହିଁ |

ଉନ୍ନତ କିସମ >

ଆମ ରାଜ୍ୟ ତଥା ଦେଶରେ ଅନୁମୋଦନ କରାଯାଉଥିବା ଅଧିକ ଅମଳକ୍ଷମ କିସମ ଗୁଡିକ ହେଲା, ଭୁବନେଶ୍ୱର -1, ବି. ପି. ପି. -2, ବି. ପି. ପି. -3,, ଭି . ଆର. ଆଇ -1, ଭି . ଆର. ଆଇ -2, ଭି -1, ଭି -4 ଇତ୍ୟାଦି |
ଏହି କିସମର କାଜୁଗଛ ଆମ ଜଳବାୟୁରେ ଭଲ ବଢୁଛି ଓ ଅମଳ ଦେଉଛି |

ଚାଷ ପ୍ରଣାଳୀ >

ଜମିରେ କାଜୁଚାରା ଲଗାଇବା ପାଇଁ ହେଲେ, ମଞ୍ଜିରୁ ପ୍ରସ୍ତୁତ ଚାରା କିମ୍ବା କଲମୀ ଲଗାଯାଇପାରେ | ମଞ୍ଜି ଚାରା ଅପେକ୍ଷା କଲମୀ ଚାରା ଭଲ ଅଟେ | କଲମୀଗଛ 1 ବର୍ଷରୁ ଵେଶୀ ହେବା ଉଚିତ ନୁହଁ | ସୁସ୍ଥ ସୁବଳ କଲମୀ ଚାରା ହୋଇଥିବା ଆବଶ୍ୟକ |
ଖରାଦିନେ 2 ଫୁଟ ଗୋଲେଇ ଓ 2 ଫୁଟ ଗଭୀର ଗାତ ଖୋଳିବା ଉଚିତ | ପ୍ରତି ଗାତମଧ୍ୟରେ ବ୍ୟବଧାନ 7 ମିଟର ରହିବ ଉଚିତ | ତେବେ ହେକ୍ଟର ପ୍ରତି 200 ଟି ଗଛ ଲଗାଯାଇ ପାରିବ | ଗାତଖୋଳିବାପରେ ଗlତଗୁଡ଼ିକୁ 15 ଦିନ ଖୋଲl ଭାବରେ ଛାଡ଼ିଦେବା ଉଚିତ ଓ ତାପରେ ପ୍ରତି ଗାତରେ 4/5 ଝୁଡି ଗୋବର ଖତ ଓ 100 ଗ୍ରାମ ଲିଣ୍ଡେନ ଗୁଣ୍ଡ ମିଶାଇବା ଉଚିତ | ଗଛ ଲଗାଇବା ପୂର୍ବରୁ ଗାତପିଛା 100 ଗ୍ରାମ ରକ ଫସଫେଟ ସାର ଦେଲେ ଚେର ଭଲ ଧରିଥାଏ | ଗଛକୁ ସିଧା ଭାବରେ ପୋତିବା ଉଚିତ |

ଖତସାର ପ୍ରୟୋଗ >

ଫଳଧାରଣ ଓ ଅମଳ >

କାଜୁଗଛରେ 4ର୍ଥ ବର୍ଷରୁ ଅମଳ ଆରମ୍ଭ ହୁଏ | ଦଶବର୍ଷ ବେଳକୁ ଗଛରେ ପୁରାମାତ୍ରାରେ ଫଳ ଧରେ | ସାଧାରଣତଃ କାଜୁଗଛ ପ୍ରାୟ 30 ବର୍ଷ ପର୍ଯ୍ୟନ୍ତ ଭଲ ଅମଳ ଦେଇଥାଏ ଏବଂ ଏହାପରେ ଅମଳ କମିଯାଏ | ଆମ ରାଜ୍ୟରେ ସାଧାରଣତଃ December - January ମାସରେ ଫୁଲ ଆସି April - May ମାସରେ ଫଳ ଅମଳ କରାଯାଏ | ଏକ ହେକ୍ଟର ଜମିରେ ଥିବା 10 ବର୍ଷିଆ କାଜୁଗଛରୁ ବର୍ଷକୁ 9 କୁଇଣ୍ଟାଲ ମଞ୍ଜି ଅମଳ ମିଳେ |

ରୋଗ ଓ ପୋକ 


1- କାଣ୍ଡ ଓ ଚେର ବିନ୍ଧା ପୋକ :>
ମାଇ ପୋକ ଗଛର ମୂଳ ବା ଗଣ୍ଡିରେ ଅଣ୍ଡାଦିଏ | ଅଣ୍ଡାରୁ ଭୃଙ୍ଗ ପୋକ ବାହାରି ଗଛର ବକଳାକୁ କଣାକରି ତାହା ମଧ୍ୟରେ ପ୍ରବେଶକରେ ଏବଂ ଅନ୍ୟାନ୍ୟ ଅଂଶକୁ କୋରି ଖାଏ | ଏହା ଫଳରେ ଗଛର କାଠ ଛେଦରା ଓ ଅଠାଳିଆ ପଦାର୍ଥ ଗାତରୁ ନିର୍ଗତ ହୋଇଥାଏ | ପରେ ଗଛ ଦୁର୍ବଳ ଦିଶେ ଓ ପତ୍ର ହଳଦିଆ ପଡି଼ଯାଏ | ଗଛ ମଧ୍ୟ ମରିଯାଏ  | ଖରାଦିନେ ଏହିପୋକ ପାଦୁର୍ଭାବ ଅଧିକ ହୋଇଥାଏ | ଶୁକ ପୋକଟି ଦେଖିବାକୁ ହଳଦିଆ ରଙ୍ଗର ଓ ମୁହଁ ମାଟିଆ ରଙ୍ଗର |
          ଏହି ପୋକ କବଳରୁ ଗଛକୁ ରକ୍ଷାକରିବାକୁ ହେଲେ କାଜୁବଗିଚା ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ | ୨ଭାଗ କିରୋସିନ ଓ ଏକଭାଗ ଆଲକାତରା ମିଶାଇ ମୋଟା ବ୍ରସରେ ଗଛମୂଳରେ ପ୍ରଲେପଦେବା ଆବଶ୍ୟକ | ଖରାଦିନେ ଶତକଡ଼ା 30 ଭାଗ Aldrin ଓଷଧକୁ ଲିଟର ପାଣିରେ 3 ମି.ଲି ମିଶାଇ ଗଛମୂଳରେ ପ୍ରୟୋଗ ଆବଶ୍ୟକ |

2- ଅଗ୍ରମୁକୁଳ ବିନ୍ଧା ପୋକ :>
ଏହି ପୋକ ଶୁକ ଅବସ୍ଥାରେ ଗଛର କଅଁଳିଆ ଅଗ୍ରଭାଗକୁ କଣlକରି ଖାଇଯାଏ | ଆକ୍ରାନ୍ତ ଅଗ୍ରଭାଗ କଳାପଡ଼ି ମରିଯାଏ |
ଏହାଫଳରେ ତଳ ଅଂଶରୁ ନୂଆ କୁଆଁ ବାହାରେ | କେତେକ କ୍ଷେତ୍ରରେ ପୋକ କଅଁଳିଆପତ୍ର ଧାରକୁ ମୋଡ଼ି ତlଭିତରେ ରହି ପତ୍ରସବୁ ଖାଇଯାଏ | ଏହି ପୋକସହିତ ଅନ୍ୟାନ୍ୟ କ୍ଷତିକାରକ ପୋକ ଯଥା ପତ୍ରଖଣି  ପୋକ ,ଫୁଲଉକୁଣି ,ଜଉ ପୋକ ,ଫଳବିନ୍ଧା ପୋକ ଇତ୍ୟାଦିକୁ ସାମୁହିକ ଭାବରେ ଦମନ କରିବା ପାଇଁ କୀଟନାଶକ ଓଷଧ ଯାହାକି ମନୋକ୍ରୋଟଫସ , ,କ୍ଲୋରପିଇରିଫସ କିମ୍ବା ମିଥାଇଲ ପାରlଥିଅନ, ଏଣ୍ଡୋ ସଲ୍ଲଫlନ ଆଦି ଯେକୌଣସି ଓଷଧକୁ 1ଲିଟର ପାଣିପିଛା 2.5  ମି.ଲି ଓଷଧ ମିଶାଇ ପ୍ରତି ଏକମାସ ବ୍ୟବଧାନରେ 2/3 ଥର ସ୍ପ୍ରେ କଲେ ସୁଫଳ ମିଳେ |

କୃଷି ପ୍ରଶିକ୍ଷକ - ବିରଜା ଶଙ୍କର ମହାନ୍ତି 







No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...