Wednesday, August 19, 2020

Bitter Gourd Farming (କଲରା ଚାଷ )

 

କଲରା ଚାଷ

ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଦରକାର ପଡିଥାଏ । ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ । ବାୟୁମଣ୍ଡଳରେ ଉତ୍ତାପ ଅଧିକ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ । ଯାହାଦ୍ଵାରା କି ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ କମିଯାଏ । ଏସବୁକୁ ଦୃଷ୍ଟିରେ ରଖା ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲରା ଚାଷ କଲେ ଭଲ । ମୁଖ୍ୟତଃ ନିଗିଡା, ବାଲିଆ,ଦୋରସା ମାଟି ଯେଉଁଥରେ ଅମ୍ଳତା (ପି. ଏଚ୍)୬.୫ରୁ ୭.୦ ରେ ଥର୍ବ ସେଥିରେ କଲରା ଚାଷ ଭଲ ଭାବରେ ହୋଇପାରେ । ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧାନ ଦେବା ନିହାତି ଦରକାର ପଡିଥାଏ ।  ତେଣୁ ସମୟ ଅନୁଯାୟୀ କିସମ ଚୟନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ ଖରାଦିନିଆ କିସମ ଚୟନ କରିବା ଆବଶ୍ୟକ । 

Bitter Gourd cultivation >

In order to produce good Bitter Gourd , you need to pay special attention to its quality. Smaller cholera has more iron vitamins and many medicinal properties than cholera. Its leaves are very important for diabetics. Cholera may be caused by climates, except in winter, during the dry season and in the rainy season. Increasing the temperature in the atmosphere increases the amount of flowering plants. As a result, pollination is less efficient and yields are lower. With all this in mind, it is best to cultivate cholera in areas with a temperature of 30-35 degrees Celsius. Bitter Gourd may be caused by a mixture of nigida, sandy, and dorsa soils with acidity (pH) of 7.5 to 7.0. In order to produce good Bitter Gourd , it is necessary to pay special attention to the type of rice. Therefore, it is important to choose the right type of cultivation, which is the time of the year.

 


କିସମ >

  1. ଲମ୍ବା କିସମ = ପୁଷା ଦେବା ମୌସୁମୀ, ପୁଷା ବିଶେଷ, ପୁଷା ହାଇବ୍ରିଡ-୨ ।
  2. ଛୋଟ କିସମ  = ଅର୍କ ହରିତ, ପ୍ରାତି, କାଶୀ, ଉର୍ବଶୀ ।
  3. ସଙ୍କର କିସମ  = ପାରିଜାତ , ନୂର , ସିଓ-୧ ।
  4. କୋଏମ୍ବାଟୁର = ଫଳ ବଡ଼ ବଡ଼ ପତ୍ର ସବୁଜ 40-55 ସେମି ଲମ୍ବା । ହେକ୍ଟରପ୍ରତି 80-100 କୁଇଣ୍ଟାଲ ଅମଳ ହୁଏ
  5. କୋଙ୍କଣ ତାରା  = ଫଳ ଗାଢ଼ ସବୁଜ , 15 ସେମି ଲମ୍ବା 45 ଗ୍ରାମ ଓଜନର ହେକ୍ଟରପ୍ରତି 240 କୁଇଣ୍ଟାଲ ଅମଳ ହୁଏ

ଛୋଟ କଲରାର ଆକାର ୧୦ ସେ.ମି. ଲମ୍ବା ହୋଇଥଲା ବେଳେ ଲସା କଲରାର ଆକାର ୧୫ରୁ ୧୮ ସେ.ମି. ହୋଇଥାଏ । ଖରାଦିନିଆ କଲରା ଚାଷ କରୁଥିଲେ କିସମ ଯଥା - ଅର୍କହରିତ, ଫୁଲେ ଗ୍ରୀନ ଲଙ୍ଗ, କାଶୀ, ଉର୍ବଶୀ ଏବଂ ସି.ଓ. -୧ କିସମ ଚୟନ କଲେ ଭଲ ଅମଳ ମିଳିଥାଏ ।

Varieties >

    Long varieties = seasonal breeding season, special breed, breed hybrid-2.
    Small varieties = Ork Harit, Prati, Kashi, Urvashi.
    Types of Sankar = Parijat, Noor, CO-1.
    Coimbatore = fruit large leaves green 40-55 cm long. The yield is 80-100 quintals per hectare.
    Konkan star = fruit dark green, 15 cm long 45 g weighing 240 quintals per hectare.

The size of the small collar is 10 cm. When it is long, the size of the lizard collar is 15 to 14 cm. Happens. Kharadinia cultivated cholera such as Orchard, Phule Green Long, Kashi, Urvashi and C.O. Choosing the right type yields good results.

ମଞ୍ଜି ଲଗାଇବେ କିପରି >

ସାଧାରଣତଃ ଏକରେ ଚାଷ କରୁଥିଲେ ୧.୫ରୁ ୨ କେ.ଜି. ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜିକୁ ମୁଖ୍ୟ ଜମିରେ ଲଗାଇବା ପୂର୍ବରୁ ବିଶୋଧନ କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଏକ କେ.ଜି. ମଞ୍ଜିକୁ ୨ ଗ୍ରାମର କାପଟାନ କିମ୍ବା ଅରାମ ସହ ବିଶୋଧନ କରନ୍ତୁ । ମଞ୍ଜିରୁ ଶୀଘ୍ର ଗଜା ବାହାର କରି ଲଗାଇବା ପାଇଁ ଚାହୁଁଥିଲେ ମଞ୍ଜିକୁ ୨୦-୨୪ ଘଣ୍ଟା ପାଣିରେ ବଡୁରାଇ ତାକୁ ଗୋଟେ ଓଦା କପଡାରେ ବାନ୍ଧି ରଖିବା ଦ୍ଵାରା ମଞ୍ଜି ବହୁତ ଶୀଘ୍ର ଅଙ୍କୁରୋଦଗମ ହୋଇଥାଏ ।

How to plant seeds>

Usually cultivated in one unit, 1.5 to 2 kg. Seeds are needed. Do not forget to clean the seeds before planting. A KG Peel a squash, grate it and squeeze the juice. If you want to get the seeds out of the seed quickly, soak the seeds in water for 20-24 hours and tie them in a wet cloth to germinate the seeds very quickly.

ଲଗାଇବା ପ୍ରଣାଳୀ  >

ମଞ୍ଜି ଲଗାଇବା ପୂର୍ବରୁ ଜମିକୁ 2 ରୁ 3 ଥର ଚାଷକରି ଏକର ପ୍ରତି ୮-୧୦ ଟନ ଗୋବର ଖତ ମାଟିରେ ମିଶାଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ସମତଳ କରିଦିଅନ୍ତୁ । କଲରା ମଞ୍ଜିକୁ ମନ୍ଦା ମନ୍ଦା କରି ଲଗାନ୍ତୁ । ସେଥିପାଇଁ ପ୍ରତି ଗାତ, ମନ୍ଦା ପିଛା ୨୦-୨୫ ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ଦେଇ ମନ୍ଦା ପ୍ରତି ୪-୫ଟି ମଞ୍ଜି ପୋତନ୍ତୁ । କଲରା ଗଛକୁ ତଳେ ମଡାଇ ଚାଷ କରୁଥିଲେ ମନ୍ଦାକୁ ମନ୍ଦା ୫୦ ସେ.ମି. ଓ ଧାଡିକୁ ଧାଡି ୧.୨ ମି. ବ୍ୟବଧାନ ଏବଂ ଗଛକୁ ତାର ସାହାଯ୍ୟରେ ମଡାଉଥିଲେ ମନ୍ଦାକୁ ମନ୍ଦା ୪୮  ସେ.ମି. ଏବଂ ଧାଡିକୁ ଧାଡି ୧ମି. ବ୍ୟବଧାନ ରଖୁବା ଆବଶ୍ୟକ । ମଞ୍ଜି ଲଗାଇବା ସମୟରେ ୧୦ କେ.ଜି. ଯବକ୍ଷାରଜାନ, ୧୦ କେ.ଜି. ଫସଫରସ ଓ ୨୦ କେ.ଜି. ପଟାସ ସାର ପ୍ରୟୋଗ କରନ୍ତୁ ଏବଂ ଗଛ ଲଗାଇବାର ୪୦-୫୦ ଦିନ ପରେ ଆଉ ଅବଶିଷ୍ଟାବିଂଶ ୨୦ କେ.ଜି ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ମଞ୍ଜି ଲଗାଇବାର ୩୦-୩୫ ଦିନ ପରେ ଦୁଇଥର ମିଶ୍ରିତ ଅଶୁସାର (୩ ଗ୍ରାମ, ଲିଟର) ସିଞ୍ଚନ କରିବାକୁ ଭୁଲନ୍ତୁ ନାହିଁ ।

ମଞ୍ଜି ଲଗାଇବାର ୧୦ ଦିନ ମଧ୍ୟରେ ଖାଲି ଥିବା ସ୍ଥାନ ପୂରଣ କରନ୍ତୁ । ମନ୍ଦା ପିଛା ୨-୩ଟି ଗଛ ରଖି ବାକି ସବୁ ଗଛ ଉପାଡି ଦିଅନ୍ତୁ । ଅଣ୍ଡିରା ଫୁଲର ପରିମାଣ ଅଧିକ ହେବା ଦ୍ଵାରା ଫଳର ପରିମାଣ କମିଯାଏ । ଏସବୁକୁ ଦୃଷ୍ଟିରେ ରଖି ଚାରା ୨-୩ ପତ୍ର ହୋଇଥିବା ବେଳେ ପ୍ରତି ୬ ଦିନ ବ୍ୟବଧାନରେ ୨ ଥର ମାଲିକ୍ ହାଇଡ୍ରାଜାଇଡ ୧ ଗ୍ରାମକୁ ୫ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ମାଈ ଫୁଲର ପରିମାଣ ଅଧିକ ହେବା ସଙ୍ଗେ ସଙ୍ଗେ ଫଳର ପରିମାଣ ମଧ୍ୟ ବଢିଥାଏ ।

Installation method >

Before planting, cultivate the soil 2 to 3 times and add 8-10 tons of cow dung per acre to the soil and level it well. Apply cholera seeds to the seedlings. For each hole, add 20-25 grams of chloropyrifs per hole, and sow 4-5 seeds per hole. The cholera was uprooted and planted 50 cm. And line 1.2 m. The gap and the tree were cut with his help. And line 1m. The gap needs to be kept. 10 kg when sowing. Jabsarjan, 10 kg. Phosphorus and 20 kg. Apply potash fertilizer and apply the remaining 20 to 20 kg of nitrogen 40-50 days after planting. Do not forget to spray the mixture twice (30 g, 3 liters) after 30-35 days after sowing.

Fill in the blanks within 10 days of planting. Leave 2-3 trees per manda and uproot the rest. Increasing the amount of flowering leaves reduces the amount of fruit. With this in mind, if the saplings are 2-3 leaves, spraying 1 gram of Malik Hydrazide with 5 liters of water every 6 days will increase the amount of flowers and increase the yield.

ରୋଗ ଓ ପୋକ  >

ଯଦିଓ କଲରା ଗଛକୁ ବେଶି ପରିମାଣରେ ରୋଗ ଓ ପୋକ ଆକ୍ରାନ୍ତ କରନ୍ତିନି କିନ୍ତୁ ରୋଗ ହିସାବରେ ପାଉଁଶିଆ ରୋଗ ଏବଂ ପତ୍ର ମୋଡାର ପ୍ରାଦୁର୍ଭାବ ଦେଖାଦିଏ ।

* ଅଗପଚା ରୋଗ 

ଲତାର ଅଗରେ ମାତିଆରୁ କଳା ପଚା ଦାଗ ଦେଖାଯାଏ ପତ୍ର ଓ ଫଳରେ ମଧ୍ୟ ଦାଗ ଦେଖାଯାଏ । ମଞ୍ଜିକୁ ଲଗାଇବା ସମୟରେ କାର୍ବୋଫୁରାନ ଫୁରାଡନ 25 କିଗ୍ରା /1 ହେକ୍ଟରରେ ପ୍ରୟୋଗ କରାଯାଏ 

* ପାଉଁଶିଆ ରୋଗ ପାଇଁ ସୁଫେକୁ କିମ୍ବା ୱେଟ ବୁଲ ସଲଫରକୁ୨ ଗ୍ରାମ, ୧ ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ । -ପତ୍ର ମୋଡା ରୋଗ ହେଲେ ଇମିଡାକ୍ଳୋପ୍ରିଡ ୦.୫ ମି.ଲି./୧ ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ । 

* ଫଳ ମାଛିର ଦମନ ଲାଗି ସାଇପରମେଥିରିନ (୧ମି.ଲି.)+ ଗୁଡ (୧୦ ଗ୍ରାମ) ୧ ଲି. ପାଣିରେ ମିଶାଇ ସିଞ୍ଚନ କଲେ। ଫଳ ମାଛିକୁ ନିୟନ୍ତ୍ରଣ କରାଯାଇପାରିବ । 

* ନାଲି କଖାରୁ ପୋକର ଦମନ ସକାଶେ ଟ୍ରାଇସାଇକ୍ଲାଭୋଲ୍ (୨ ମି.ଲି.)+ ନିମତେଲ (୫ ମି.ଲି.) ୧ ଲିଟର ପାଣିରେ ମିଶାଇ ଗଛକୁ ବୁଡାଇ ସିଞ୍ଚନ କରନ୍ତୁ ।

Diseases and worms >

Although cholera is not a major cause of disease and pest infestation, the disease has been linked to asthma and leaf rot.

* Leukemia

In front of the vine, black rotten spots appear on the soil, and the leaves are also spotted. Carbofuran furadan is applied at 25 kg / 1 hectare when sowing.

* Sufe or Weight Bull Sulfur 2 grams, 1 l. Sprinkle with water. -Imidacloprid 0.5 ml / 1 l. Sprinkle with water.

* Cypermethrin (1 ml) + Gud (10 grams) 1 liter for fruit fly control. Sprinkled with water. The fruit flies can be controlled.

* To control the infestation of red caterpillars, apply tricyclavol (2 ml) + Nimtel (5 ml) in 1 liter of water and immerse the plant. 

ଅମଳ  >

ମଞ୍ଜି ଲଗାଇବାର ୫୦ରୁ ୬୦ ଦିନରେ କଲରା ଅମଳ ଉପଯୋଗୀ ହୋଇଥାଏ । କଞ୍ଚା ଅବସ୍ଥାରେ କଲରାକୁ ହାତରେ ନ ଛିଣ୍ଡାଇ ଉନ୍ନତମାନର ଦଆ ସାହାଯ୍ୟରେ କାଟନ୍ତୁ । ଏକର ପିଛା ୪୦-୫୦ କୁଇଣ୍ଟାଲ ମିଳିବା ସଙ୍ଗେ ସଙ୍ଗେ ହେକ୍ଟର ପିଛା ୮-୧୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

Harvest >

Bitter Gourd may be present within 50 to 60 days of sowing. In the raw state, cut the cholera without cutting it with your hands and cut it with a high-quality knife. Yields range from 50 to 50 quintals per acre and yields of 8 to 10 tons per hectare.

 

No comments:

OKRA_FRAMING

ଜୟୀ ରାଜଗୁରୁ (Freedom fighter)

ଜୟୀରାଜଗୁରୁ : ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସି ଧୀରେ ଧୀରେ ରାଜନୈତିକ ବ୍ୟାପାରରେ ପ୍ରବେଶ କଲେ। ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ତାଙ୍କ ସାମ୍ରାଜ୍ୟର...